Categories: ଜାତୀୟ

ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇପାରେ ୟୁସିସି

ନୂଆଦିଲ୍ଲୀ, ୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିବା ଦିନଠାରୁ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ବିତର୍କ ଚାଲିଆସୁଛି। ଏସବୁ ମଧ୍ୟରେ ମୋଦି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସ୍ତାବ ଦେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଜୁଲାଇରେ ମୌସୁମୀ ଅଧିବେଶନ ବସିବ ଏବଂ କ୍ୟାବିନେଟ କମିଟି ବୈଠକ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୟୁନିଫର୍ମ ସିଭିଲ କୋର୍ଡର ବିଲ କେନ୍ଦ୍ର ସରକାରଙ୍କ ତରଫରୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇପାରେ। ଯାହା ଉପରେ ସମସ୍ତ ହିତାଧିକାରୀଙ୍କ ଠାରୁ ସେମାନଙ୍କର ମତାମତ ଲୋଡିବେ। ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି) ର ପ୍ରବର୍ତ୍ତନ ସଂସଦରେ ରାଜନୈତିକ ଉତ୍ସାହ ସୃଷ୍ଟି କରିବାକୁ ବାଧ୍ୟ। ପିଏମ ମୋଦୀ ୟୁସିସି ବିଷୟରେ ଉଲ୍ଲେଖ କରିବା ଦିନଠାରୁ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ କ୍ରମାଗତ ଭାବରେ ଭାଜପା ଉପରେ ଆକ୍ରମଣ କରିଆସୁଛନ୍ତି।

Share