Categories: ଜାତୀୟ

ଉତ୍ତରାଖଣ୍ଡ ସରକାରଙ୍କ ବଡ ଘୋଷଣା, ଆସନ୍ତା ସପ୍ତାହରେ ଲାଗୁ ହେବ ୟୁସିସି!

ଡେରାଡୁନ,୧୧।୧୧: ଉତ୍ତରାଖଣ୍ଡରେ ଖୁବ୍‌ ଶୀଘ୍ର ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ୟୁସିସ ଲାଗୁ ହେବା ନେଇ ସମସ୍ତ ପ୍ରସ୍ତୁତି କରିସାରିଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ଆଗାମୀ କିଛି ଦିନ ମଧ୍ୟରେ ୟୁସିସି ସମ୍ପର୍କିତ ରିପୋର୍ଟ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଦେଇ ପାରନ୍ତି। ଦୀପାବଳୀର ପରବର୍ତ୍ତୀ ସପ୍ତାହରେ ଉତ୍ତରାଖଣ୍ଡ ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଛି। ଏହି ଅଧିବେଶନରେ ୟୁସିସି ବିଲ୍‌ ପାରିତ କରାଯିବ। ଯେଉଁଥିରେ ୟୁସିସିକୁ ଆଇନର ମାନ୍ୟତା ମିଳିବ।
ଚଳିତ ବର୍ଷ ଜୁନରେ ୟୁସିସି ମାମଲାରେ ଜଷ୍ଟିସ ରଞ୍ଜନା ଦେଶାଇ କହିଛନ୍ତି, ବହୁତ ଶୀଘ୍ର ୟୁସିସି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ସେହିପରି ୨୦୨୪ ଲୋକସଭା ନିର୍ବାଚନ ପରେ ଗୁଜରାଟରେ ମଧ୍ୟ ୟୁସିସି ଲାଗୁ ହେବ। ଏହି କ୍ରମରେ ୟୁସିସି ଲାଗୁ ହେବା ନେଇ ଗୁଜରାଟ ଦ୍ୱିତୀୟ ସ୍ଥାନ ଅଧିକାର କରିବ।

Share