Categories: ଜାତୀୟ

ୟୁସିସିକୁ ନେଇ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ ଡାକିଲା ବୈଠକ

ନୂଆଦିଲ୍ଲୀ, ୫।୭: ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଉତ୍ତେଜନା ମଧ୍ୟରେ ଅଲ ଇଣ୍ଡିଆ ବ୍ୟକ୍ତିଗତ ଆଇନ ବୋର୍ଡର ଏକ ବଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ୟୁସିସି ଉପରେ ଆଲୋଚନା ହେବ ଏବଂ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ ହୋଇପାରେ। ଜୁଲାଇ ୬ ପୂର୍ବାହ୍ନ ୧୦ଟାରେ ଏହି ବୈଠକ ଡକାଯାଇଛି। ଯେଉଁଥିରେ ବ୍ୟକ୍ତିଗତ ଆଇନ ବୋର୍ଡର ପ୍ରାୟ ୨୫୦ ସଦସ୍ୟ ଏକ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ। ଏହି ବୈଠକରେ ଅନ୍ତିମ ଡ୍ରାଫ୍ଟ ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଛି। ଏହା ପରେ ମୁସଲିମ ବ୍ୟକ୍ତିଗତ ଆଇନ ବୋର୍ଡ ସମସ୍ତ ପ୍ରସଙ୍ଗରେ ଏହାର ଆପତ୍ତି କିମ୍ବା ସହମତି ରାସ୍ତା ସଫା କରିପାରେ।

Share