Categories: ଜାତୀୟ

ୟୁସିସିକୁ ନେଇ ପ୍ରତିକ୍ରିୟା ଦେଲେ ଶଶି ଥରୁର, କହିଲେ ହିନ୍ଦୁ କୋଡ ବିଲ ଆଶିବାକୁ ବି ଲାଗିଥିଲା ୯ ବର୍ଷ

ନୂଆଦିଲ୍ଲୀ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ପରେ ସମାନ ନାଗରିକ ସଂହିତା ଉପରେ ସାରା ଦେଶରେ ଆଲୋଚନା ଜାରି ରହିଛି। ଅନୁମାନ କରାଯାଉଛି କି ଏହି ମାସରେ ଆରମ୍ଭ ହେବାକୁ ଯାଉଥିବା ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଉପସ୍ଥାପନ କରିପାରନ୍ତି। ଯେଉଁଠାରେ ମୁସଲମାନ ସଂଗଠନ ଏହାକୁ ବିରୋଧ କରୁଛନ୍ତି, ରାଜନନୈତିକ ଦଳର ମତ ଏହାକୁ ନେଇ ବିଭାଜିତ ହୋଇଛି। କଂଗ୍ରେସର ବରିଷ୍ଠ ନେତା ତଥା ଏମପି ଶଶି ଥରୁର ୟୁସିସି ସମ୍ପର୍କରେ ଦଳର ଆଭିମୁଖ୍ୟ ଉପରେ ଏକ ବିବୃତ୍ତି ଦେଇଛନ୍ତି।
ସେ ନେତା କହିଛନ୍ତି, ପ୍ରଥମେ ସରକାରଙ୍କ ପ୍ରସ୍ତାବ କ’ଣ ତାହା ଦେଖିବାକୁ ପଡ଼ିବ। ସରକାର ଏପର୍ଯ୍ୟନ୍ତ ଡ୍ରାଫ୍ଟ ବାହାର କରି ନାହାଁନ୍ତି କିମ୍ବା ହିତାଧିକାରୀଙ୍କ ସହ କୌଣସି ପ୍ରକାର ଆଲୋଚନା ଆରମ୍ଭ କରିନାହାଁନ୍ତି। ସେଥିପାଇଁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି ଯେ ଡ୍ରାଫ୍ଟ ନ ଆସିବା ପର୍ଯ୍ୟନ୍ତ ସେ କିଛି କହିବେ ନାହିଁ।

Share