Categories: ଜାତୀୟ

ମଧ୍ୟପ୍ରଦେଶରେ ଲାଗୁହେବ ୟୁନିଫର୍ମ ସିଭିଲ କୋଡ୍‌: ଶିବରାଜ

ଭୋପାଳ,୧।୧୨: ଆସାମ, ଗୁଜୁରାଟ ପରେ ମଧ୍ୟପ୍ରଦେଶରେ ମଧ୍ୟ ଏକକ ନାଗରିକ ସଂହିତା ନିୟମ(ୟୁନିଫର୍ମ ସିଭିଲ କୋଡ୍‌) ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗୁରୁବାର ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାର ଖୁବଶୀଘ୍ର ଏକ କମିଟି ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଦଓ୍ବାନୀରେ ଅନୁଷ୍ଠିତ ଏକ ରାଲିକୁ ସମ୍ବୋଧନ କରି ଶିବରାଜ କହିଛନ୍ତି, ମଧ୍ୟପ୍ରଦେଶରେ ମଧ୍ୟ ୟୁନିଫର୍ମ ସିଭିଲ କୋଡ୍‌ ଲାଗୁ କରିବାର ବର୍ତ୍ତମାନ ସମୟ ଆସିଯାଇଛି।

ୟୁନିଫର୍ମ ସିଭିଲ କୋଡ୍‌, ଭାରତର ସମ୍ବିଧାନର ଧାରା ୪୪ରେ ଉଲ୍ଲେଖ ରହିଛି। ଏହି ଆଇନ ଯାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରାଯୁଜ୍ୟ ହେବ। ୟୁନିଫର୍ମ ସିଭିଲ କୋଡ୍‌ ମୁଖ୍ୟତ ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ଉତ୍ତରାଧିକାରୀ ପରି ବ୍ୟକ୍ତିଗତ କ୍ଷେତ୍ରରେ ସମାନ ନିୟମ ଲାଗୁ କରାଯିବ।

Share