Categories: ଜାତୀୟ

ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡରେ କଡା ନିୟମ, ଉଲ୍ଲଂଘନ କଲେ ଛଡାଇ ନିଆଯିବ ଭୋଟ ଭଳି ଅଧିକାର

ଡେରାଡୁନ,୨୦।୬: ଆସନ୍ତା ୨୦୨୪ରେ ହୋବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ(ୟୁସିସି) ବିଷୟରେ ଆଲୋଚନା ତୀବ୍ର ହୋଇଛି। ଭାଜପା ଶାସିତ ରାଜ୍ୟମାନଙ୍କରେ ଏ ବିଷୟରେ ଅନେକ ଆଲୋଚନା ହେଉଛ। ଏହି ସମୟରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି ଯେଉଁଠାରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହା ଘୋଷଣା କରିଛନ୍ତି। ବର୍ତ୍ତମାନ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବାକୁ ଥିବା ୟୁନିଫର୍ମ ସିଭିଲ କୋଡ ବିଷୟରେ କିଛି ଜିନିଷ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ଏହି ଆଇନ ଅନୁଯାୟୀ କ’ଣ ଘଟିବ ଏବଂ ଉଲ୍ଲଂଘନ ପାଇଁ କେଉଁ ଅଧିକାର ଛଡ଼ାଯିବ।
ଏହି ନିୟମ ଅନୁଯାୟୀ ବାହାରକୁ ଆସିଥିବା ବ୍ୟବସ୍ଥା ବହୁତ କଠୋର ଅଟେ । ଏହି ବିଲ ଅନୁଯାୟୀ, ଯେଉଁମାନେ ଦୁଇ ପିଲାଙ୍କ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଭୋଟ ଦେବାର ଅଧିକାର ଦିଆଯିବ ନାହିଁ। ଏହା ବ୍ୟତୀତ ସରକାରୀ ସୁବିଧା ଅଧିକାର ମଧ୍ୟ ଛଡ଼ାଇ ନିଆଯାଇପାରେ। ଉତ୍ତରାଖଣ୍ଡର ଦ୍ରୁତ ପରିବର୍ତ୍ତନଶୀଳ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Share