ଛାତ୍ରୀଛାତ୍ରଙ୍କୁ ବଣ୍ଟନ ହୋଇ ନ ଥିଲା ୟୁନିଫର୍ମ

ନୟାଗଡ଼,୧୫ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଶିକ୍ଷା ଅଧିକାରୀ ସୋମବାର ରଣପୁର ବ୍ଲକର ଗଡ଼ବାଣିକିଲୋ ନୋଡାଲ ହାଇସ୍କୁଲ ଓ ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଦୁଇ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଉତ୍ତର ପାଇବା ପରେ ଉଭୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ରାତି ପାହିଲେ ମଙ୍ଗଳବାର ସ୍ବାଧୀନତା ଦିବସ। ହେଲେ ଗଡ଼ବାଣିକିଲୋ ହାଇସ୍କୁଲରେ ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ବଣ୍ଟନ କରାଯାଇ ନ ଥିଲା। ସ୍କୁଲ ପରିବେଶ ଅପରିସ୍କାର ରହିଛି। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଠିକ୍‌ରେ ଦିଆ ହେଉନି। ପୋକଡ଼ା ଚାଉଳରେ ରୋଷେଇ କରି ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା। ସ୍କୁଲ ଘର ଭଙ୍ଗାରୁଜା ହୋଇ ରହିଥିଲେ ମଧ୍ୟ ଏହାର ମରାମତି ପାଇଁ ପ୍ରଧାନ ଶିକ୍ଷକଙ୍କ ପଦକ୍ଷେପ ନେଉ ନ ଥିଲେ। ସ୍କୁଲରେ ଠିକ୍‌ରେ ପାଠପଢ଼ା ହେଉ ନ ଥିଲା। ପ୍ରଧାନ ଶିକ୍ଷକ ସବୁ ଜାଣି ଭୁବନେଶ୍ୱର ଚାଲି ଯାଇଥିଲେ। ପୁଣି ଛୁଟି ଦରଖାସ୍ତ ସରକାରୀ ନିୟମ ଅନୁସାରେ ଦେଇନାହାନ୍ତି। ସ୍କୁଲର ଅବ୍ୟବସ୍ଥା ବଢ଼ୁଥିବା ନେଇ ସ୍କୁଲ ପରିଚାଳନା କମିଟିର ଅଭିଯୋଗ ଥିଲା। ସେହିପରି ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ୟୁନିଫର୍ମ ବଣ୍ଟନ କରିଥିଲେ। ଛାତ୍ରୀଛାତ୍ର ପଙ୍କ କାଦୁଅରେ ଯିବା ଆସିବା କରୁଥିଲେ ମଧ୍ୟ ଏହାର ସମାଧାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ପଦକ୍ଷେପ ନେଇ ନ ଥିଲେ। ଉଭୟ ସ୍କୁଲରେ ଭେଣ୍ଡର ଡକାଇ ସ୍କୁଲ ୟୁନିଫର୍ମ ବଣ୍ଟନ କରାଯାଇଛି। ଉଭୟ ସ୍କୁଲରେ ଶୈକ୍ଷିକ ପରିବେଶ କିପରି ବଦଳିବ ସେନେଇ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଗଡ଼ବାଣିକିଲୋ ହାଇସ୍କୁଲର ତଦନ୍ତ ପାଇଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଜିଲାର ସ୍କୁଲ ୟୁନିଫର୍ମ ବଣ୍ଟନ ଚାଲିଛି। ଯେଉଁମାନେ ସରକାରୀ ଅନୁଦାନ ପାଇ ନାହାନ୍ତି ସେହି ସ୍କୁଲକୁ ତୁରନ୍ତ ପଠାଇବାକୁ ବ୍ୟବସ୍ଥା କରାଯାଇଛି।
ୟୁନିଫର୍ମ ବଣ୍ଟନରେ ଅବ୍ୟବସ୍ଥା
ସରକାରୀ ଓ ସରକାର ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମଠାରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ର, ଅନୁସୂଚିତ ଜାତି ଓ ଜନଜାତି, ଦାରଦ୍ର୍ୟ ସୀମାରେଖା ତଳେ ଓ ଉପରେ ଥିବା ସମସ୍ତ ବାଳକ, ରାଜ୍ୟ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକରେ ୨ ହଳ ମାଗଣା ପୋଷାକ ୫୦୦ ଟଙ୍କାରେ, ୨୦୦ ଟଙ୍କାରେ ୧ ହଳ ଜୋତା ଓ ୨ ହଳ ମୋଜା, ୧୨୫ ଟଙ୍କାରେ ଟି ସାର୍ଟ, ୧୨୫ ଟଙ୍କାରେ ଟ୍ରାକ ପ୍ୟାଣ୍ଟ, ୩୦ ଟଙ୍କାରେ ଟୋପି ଓ ୨୦ ଟଙ୍କାରେ ପରିଚୟ ପତ୍ର ବଣ୍ଟନ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅଛି। ଏଥିପାଇଁ ୧ ହଜାର ଟଙ୍କା ଅନୁଦାନ ବ୍ୟବସ୍ଥା ଅଛି। ୧ ହଜାର ଟଙ୍କାରୁ ୬୦୦ ଟଙ୍କା ସମଗ୍ର ଶିକ୍ଷା ଯୋଜନାରୁ ଓ ଅବଶିଷ୍ଟ ୪୦୦ ଟଙ୍କା ରାଜ୍ୟ ସରକାରଙ୍କ ଯୋଜନାରୁ ଦିଆଯିବ। ୨୦୨୩-୨୪ ଆର୍ଥିକ ବର୍ଷରେ ୬୦୦ ଟଙ୍କା ଆସି ସାରିଛି। ଏହି ଟଙ୍କାରେ ବିଭିନ୍ନ ସ୍କୁଲ ପକ୍ଷରୁ ଡ୍ରେସ ବଣ୍ଟନ ଚାଲିଛି। ତେବେ ଜୁନରେ ଡ୍ରେସ ବଣ୍ଟନ ଶେଷ ହେବାକୁ ନିର୍ଦ୍ଦେଶ ଥିବାବେଳେ ଅଗଷ୍ଟ ୧୪ ଶେଷ ହୋଇଥିବାବେଳେ ଏଯାବତ ସବୁ ସ୍କୁଲରେ ଛାତ୍ରୀଛାତ୍ର ୟୁନିଫର୍ମ ପାଇନାହାନ୍ତି। କେତେକ ସ୍କୁଲରେ ୧ ହଳ, ଆଉ କେତେଗୋଟି ସ୍କୁଲରେ ୨ ହଳ ୟୁନିଫର୍ମ ଦିଆଯାଇଛି। ଅଗଷ୍ଟ ୧୫ରେ ଅନେକ ଛାତ୍ରୀଛାତ୍ର ନୂଆ ଡ୍ରେସ ପିନ୍ଧି ପାରିବେ ନାହିଁ। ଏଣୁ ୟୁନିଫର୍ମ ବଣ୍ଟନରେ ହେଉଥିବା ଅବ୍ୟବସ୍ଥାକୁ ଦୂର କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri