ଦେଶରେ ଶସ୍ତା ହେବ ସାବୁନ୍, ଡିଟରଜେଣ୍ଟ, କପଡା କ୍ଲିନର୍, ବଡି ୱାଶ୍ ଭଳି ଦ୍ରବ୍ୟ, ଯୋଜନା ପ୍ରସ୍ତୁତ କରିଛି ଏହି ଅଗ୍ରଣୀ କମ୍ପାନୀ

ନୂଆଦିଲ୍ଲୀ,୨୭/୧୦: ଭାରତରେ ଖୁବଶୀଘ୍ର ପ୍ରିମିୟମ ସେଗମେଣ୍ଟରେ ଆସୁଥିବା ଏକ ପ୍ରମୁଖ ବ୍ରାଣ୍ଡର ପ୍ରଡକ୍ଟ ଦାମ୍ ହ୍ରାସ ପାଇବାକୁ ଯାଉଛି। ହିନ୍ଦୁସ୍ତାନ ୟୂନିଲିଭର ପ୍ୟାରେଣ୍ଟ କମ୍ପାନୀ ୟୂନିଲିଭର ଆଗାମୀ ସମୟରେ ବିଭିନ୍ନ ବର୍ଗରେ ପ୍ରଡକ୍ଟ ଗୁଡିକର ଦାମ୍ ହ୍ରାସ କରିବାକୁ କମ୍ପାନୀ ଘୋଷଣା କରିଛି।

ୟୂନିଲିଭରର ମୁଖ୍ୟ ଫାଇନାସିଆଲ ଅଧିକାରୀ ଗ୍ରିମ ପେଟାକେଥଲି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ବିଶ୍ୱର ଆର୍ଥିକ ସ୍ଥିତିରେ ସୁଧାର ଆସିବା ଫଳରେ ଭାରତରେ କିଛି ପ୍ରଡକ୍ଟରେ ଦାମ୍ କମାଇବାକୁ ଚିନ୍ତା କରାଯାଉଛି। ତେବେ ୟୂନିଲିଭରର ସିଏଫଓ ଏହି କଥାକୁ ସ୍ପଷ୍ଟ କରିଛନ୍ତି ଯେ, କିଛି ପ୍ରଡକ୍ଟରେ ଦାମ୍ ହ୍ରାସ ହେବ। ଏହା ବ୍ୟତୀତ ଅନ୍ୟ ବର୍ଗ ଗୁଡିକରେ ଦାମ୍ ହ୍ରାସର କୌଣସି ସମ୍ଭାବନା ନାହିଁ।

ଇକୋନୋମିକ୍ ଟାଇମ୍ସ, ରିଉଟର୍ସ ଏବଂ ବିଜନେସ ଷ୍ଟାଣ୍ଡାର୍ଡ ଅନୁଯାୟୀ କପଡା ସଫା କରିବା ଏବଂ ବଡି ୱାସ୍ କରିବା ଦ୍ରବ୍ୟର ମୂଲ୍ୟ ହ୍ରାସ କରିବାକୁ ୟୁନିଲିଭରକୁ ଏକ ଯୋଜନା ଉପରେ କାର୍ଯ୍ୟ କରିବାକୁ ଯାଉଛି। ଏହା ପଛରେ ଦୁଇଟି କାରଣ ଅଛି – ପ୍ରଥମତଃ, ବିଶ୍ୱସ୍ତରୀୟ ଦ୍ରବ୍ୟ ମୂଲ୍ୟରେ ହ୍ରାସ ଦେଖାଯାଉଛି, ଯାହାର ଲାଭ ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ। ଦ୍ୱିତୀୟତଃ, ସେମାନେ ପୁନର୍ବାର ବଜାରକୁ ପ୍ରବେଶ କରୁଛନ୍ତି ଏବଂ ବଜାର ଅଂଶ ବଢ଼ୁଥିବାରୁ ସ୍ଥାନୀୟ ବ୍ରାଣ୍ଡରୁ ପ୍ରତିଯୋଗିତାର ସମ୍ମୁଖୀନ ହେବା ଆବଶ୍ୟକ ହୋଇପଡିଛି।

ଏହା ବ୍ୟତୀତ ତୃତୀୟ ତ୍ରୈମାସିକରେ ଆୟ ସମ୍ପର୍କରେ ୟୂନିଲିଭର କମ୍ପାନୀର CFO Graeme Pitkethly କହିଛନ୍ତି ଯେ କମ୍ପାନୀ କେବଳ ଏହାର ଯୋଗାଣ ସ୍ଥିତି ଏବଂ ପ୍ରତିଯୋଗିତା ସହିତ ମେଳ ଖାଇବା ପାଇଁ ଏହାର ମୂଲ୍ୟ ସଂଶୋଧନ କରିବାକୁ ଚିନ୍ତା କରୁଛି ଯାହାଦ୍ୱାରା ଏହା ଲାଭକୁ ବଜାୟ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image