ରାଜ୍ୟରେ ୩,୬୩୬ ଜନଶୂନ୍ୟ ଗ୍ରାମ

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ୩,୬୩୬ଟି ଜନଶୂନ୍ୟ ଗ୍ରାମ ତଥା ବସତି ରହିଛି। ଏହାମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୧୨ଟି ମାନବଶୂନ୍ୟ ଗ୍ରାମ ରହିଛି। ଏହାତଳକୁ ବାଲେଶ୍ୱରରେ ୨୯୭, ଅନୁଗୋଳ ୨୧୭, ମୟୂରଭଞ୍ଜ ୧୯୯, ରାୟଗଡ଼ା ୧୯୭, ଯାଜପୁର ୧୮୫, ଖୋର୍ଦ୍ଧା ୧୭୮, କନ୍ଧମାଳ ୧୭୦, ଦେବଗଡ଼ ୧୬୦, ନୟାଗଡ଼ ୧୫୧, କଳାହାଣ୍ଡି ୧୩୭, କେନ୍ଦ୍ରାପଡ଼ା ୧୩୨, ଢେଙ୍କାନାଳ ୧୨୭, ଗଜପତି ୧୧୩, ପୁରୀ ୧୦୭, ସୁବର୍ଣ୍ଣପୁର ୧୦୬, କୋରାପୁଟ ୧୦୧, କଟକ ୯୬, ସମ୍ବଲପୁର ୮୪, ବୌଦ୍ଧ ୭୦, ଜଗତସିଂହପୁର ୬୯, ମାଲାକାନଗିରି ୬୦, ଭଦ୍ରକ ୬୨, କେନ୍ଦୁଝର ୫୯, ସୁନ୍ଦରଗଡ଼ ୪୯, ବଲାଙ୍ଗୀର ୩୨, ବରଗଡ଼ ୨୭, ନବରଙ୍ଗପୁର ୨୩, ନୂଆପଡ଼ା ୧୨ ଓ ଝାରସୁଗୁଡ଼ାରେ ୪ଟି ଜନଶୂନ୍ୟ ଗ୍ରାମ ରହିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଧାନସଭାରେ ସୂଚନା ଦେଇଛନ୍ତି। ୨୦୧୧ ଜନଗଣନା ତଥ୍ୟ ଅନୁଯାୟୀ ରାଜ୍ୟରେ ଏହି ୩୬୩୬ ଜନଶୂନ୍ୟ ଗ୍ରାମ ଓ ବସତି ରହିଥିବା ମନ୍ତ୍ରୀ କହିଛନ୍ତି।

Share