Categories: ବାଣିଜ୍ୟ

ମୌସୁମୀରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୧୧।୮: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌(ଟିପିସିଓଡିଏଲ୍‌) ପକ୍ଷରୁ ଚଳିତ ମୌସୁମୀ ଋତୁର ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏପରିକି ଚଳିତ ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ନିରାପତ୍ତା ଉପରେ ଗୁରୁତ୍ୱ ଦେବା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ସେହିଭଳି ମୌସୁମୀ ଋତୁରେ ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ ଉପଭୋକ୍ତାଙ୍କୁ ଉତ୍ସାହିତ କରୁଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଏହି ଆହ୍ବାନଗୁଡିକର ସିଧାସଳଖ ମୁକାବିଲା କରିବା ପାଇଁ ଆମର ବ୍ୟାପକ ସୁରକ୍ଷା ପ୍ରୋଟୋକଲ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି, ଯାହା ବର୍ଷାଋତୁରେ ଆମର ଉପଭୋକ୍ତାଙ୍କୁ ନିରନ୍ତର ବିଜୁଳି ଯୋଗାଣ ଏବଂ ନିରାପତ୍ତାକୁ ସୁନିଶ୍ଚିତ କରିବ। ଏପରିକି ଆମେ ଆମର ସମସ୍ତ ଉପଭୋକ୍ତାମାନଙ୍କୁ ସତର୍କ ରହିବାକୁ ଏବଂ ଦିଆଯାଇଥିବା ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉତ୍ସାହିତ କରୁଛୁ। ଏକାଠି କାମକରି ଆମେ ଏକ ସୁରକ୍ଷିତ ଏବଂ ବିପଦମୁକ୍ତ ମୌସୁମୀ ଋତୁ ସୁନିଶ୍ଚିତ କରିପାରିବା।

Share