Categories: ବାଣିଜ୍ୟ

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ହିନ୍ଦୀ ପକ୍ଷ ସମାରୋହ

ଭୁବନେଶ୍ୱର,୩୧।୧୦ : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍‌ଠାରେ ହିନ୍ଦୀ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର କ୍ଷେତ୍ରର ବିଭିନ୍ନ ଶାଖା ଓ କାର୍ଯ୍ୟାଳୟଗୁଡିକର କର୍ମଚାରୀମାନେ ନିଜ ନିଜର ପରିବାର ସଦସ୍ୟଙ୍କ ସହ ଉପସ୍ଥିତ ଥିଲେ। ଏହି ଅବସରରେ ସମ୍ବଲପୁର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଧର୍ମେନ୍ଦ୍ର ରାଜୋରିଆ, ଉପ କ୍ଷେତ୍ରୀୟ ମୁଖ୍ୟ ହରେନ୍ଦ୍ର କୁମାର ଜେନା ଏବଂ ଅନ୍ୟ ବରିଷ୍ଠ ସଦସ୍ୟମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କ୍ଷେତ୍ରୀୟ ମୁଖ୍ୟ ରାଜୋରିଆ ହିନ୍ଦୀ ଭାଷାର ପ୍ରାଧାନ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ଜନସମ୍ପର୍କର ଭାଷା ହିନ୍ଦୀ ବ୍ୟବସାୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଦର୍ଶାଇଥିଲେ। ହିନ୍ଦୀ ଭାଷା ଶିଖିବା ତଥା ଏହାକୁ ଆପଣେଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମାରୋହରେ ଆୟୋଜିତ ହୋଇଥିବା ସ୍ମୃତି ଶକ୍ତି, ଗୀତ, କଲିଗ୍ରାଫି, ରଙ୍ଗୋଲି ଏବଂ ନିବନ୍ଧ ଲିଖନ ଆଦି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ବର୍ଷସାରା ହିନ୍ଦୀ ଭାଷା ପ୍ରତି ଉଲ୍ଲେଖନୀୟ ଅବଦାନ ରଖିଥିବା ୫ ଜଣଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ରାଶି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସୁର ମନ୍ଦିରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ବଲପୁରର ଉପ-କ୍ଷେତ୍ରୀୟ ମୁଖ୍ୟ ଗୋପାଳ ଚରଣ ସେଠ୍‌ ଧନ୍ୟବାଦ ଦେଇଥିଲେ।

Share