ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ

ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ୮୫୪ ଗ୍ରାମ ସୁନା ଜବତ କରିଛି। ପୂର୍ବରୁ ପୋଲିସ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ୧୪ ଜଣଙ୍କ ସମ୍ପୃକ୍ତି ଥିବା ବାଲେଶ୍ୱର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଗିରଫ ମାଷ୍ଟରମାଇଣ୍ଡ ହେଲେ ତାୟବ ଅଲ୍ଲି ମୁଲ୍ଲା। ତାଙ୍କ ନାମରେ ପୂର୍ବରୁ ପଶ୍ଚିବଙ୍ଗର ବିଭିନ୍ନ ଥାନାରେ ଆପରାଧିକ ମାମଲା ରହିଥିବା ଏସ୍‌ପି କହିଛନ୍ତି।

Share