Categories: ଜାତୀୟ

ବଜେଟ୍‌କୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଆର୍ଥିକ ବର୍ଷ ୨୦୨୧-୨୨ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହାକୁ ନେଇ ସୀତାରମଣଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ଦାବି କରିଛି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣରେ ସଫଳ ଘରୋଇ ଉତ୍ପାଦ(ଜିଡିପି) ରେ ୩୭ ମାସ ମଧ୍ୟରେ ହୋଇଥିବା ରେକର୍ଡ ପରିମାଣର ହ୍ରାସ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ । ଏହାସହ ଅର୍ଥବ୍ୟବସ୍ଥାକୁ ସୁଧାରିବାର କୌଣସି ଧ୍ୟାନ ଦିଆଯାଇ ନାହିଁ ବୋଲି କଂଗ୍ରେସ କହିଛି । ଦଳର ପ୍ରବକ୍ତା ମନିଷ ତିୱାରି ଟୁଇଟ୍ କରି କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଭାଷଣରେ ଜିଡିପି ହ୍ରାସ କଥା ଉଲ୍ଲେଖ କରାଯାଇ ନାହିଁ । ୧୯୯୧ପରେ ଏହା ସବୁଠାରୁ ବଡ ସଙ୍କଟ । ତିୱାରି କହିଛନ୍ତି, ଦେଶର ବହୁମୂଲ୍ୟ ସମ୍ପତ୍ତିକୁ ବିକ୍ରି କରିବା ବ୍ୟତୀତ ବଜେଟରେ କୌଣସି ମୁଖ୍ୟ ଆଲୋଚନା କରାଯାଇ ନାହିଁ । ଏହାର ଅର୍ଥ ହେଉଛି ଅର୍ଥବ୍ୟବସ୍ଥାକୁ ଆଗକୁ ନ ବଢାଇ ଦେଶର ବହୁମୂଲ୍ୟ ସମ୍ପତ୍ତିକୁ ବିକ୍ରି କର ।

Share