ଚର୍ଚ୍ଚାରେ ନିର୍ମଳା ସୀତାରମଣଙ୍କ ଶାଢି, ନୀଳ ଶାଢିକୁ ଲାଲ୍‌ ବ୍ରିଫକେସ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଅର୍ଥାତ୍‌ ଆଜି ସଂସଦରେ ଅନ୍ତରୀଣ ବା କାମଚଳା ବଜେଟ୍‌ ଘୋଷଣା କରିବାକୁ ଯାଉଛନ୍ତି। ଏପ୍ରିଲ-ମଇରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଆଉ ୩-୪ମାସ ଭିତରେ ହେବାକୁ ଥିବା ଆୟ-ବ୍ୟୟ ଅଟକଳକୁ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କାର୍ଯ୍ୟକାଳର ଷଷ୍ଠ ଥର ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ବଜେଟ୍‌ ଉପସ୍ଥାପନ କରିବା ପୂର୍ବରୁ ସବୁବେଳେ ବିଶେଷ ଶାଢିରେ ନଜର ଆସନ୍ତି। ଚଳିତ ଅନ୍ତରୀଣ ବଜେଟ୍‌ ପାଇଁ ସେ ନୀଳ ରଙ୍ଗର ଟସର ଶାଢିରେ ନଜର ଆସିଛନ୍ତି। ଯେଉଁଥିରେ କଣ୍ଠର ସୁନ୍ଦର କାରୁକାର୍ଯ୍ୟ ହୋଇଛି। ଯାହା ଭୋକାଲ ଫର ଲୋକାଲର ମେସେଜ ଦେଇଥାଏ।

ତେବେ ପ୍ରତିଥର ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା ହୋଇଥାଏ। ତାଙ୍କ ଶାଢିକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଇତ୍ୟାଦି କରାଯାଇଥାଏ। ତେବେ ଗତ ୨ବର୍ଷ ଭିତରେ ନିର୍ମଳା କଣ କଣ ଶାଢି ପିନ୍ଧିଛନ୍ତି ଆସନ୍ତୁ ଜାଣିବା।
୨୦୨୩-୨୪ ପୂର୍ଣ୍ଣକାଳୀନ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ଲାଲ୍‌-କଳା ଶାଢୀରେ ନଜର ଆସିଥିଲେ। ଯାହା ଶୌଯ୍ୟ ଓ ଶକ୍ତିର ପ୍ରତୀକ ଅଟେ। ୨୦୨୨ରେ ସେ ବ୍ରାଉନିଶ ୟେଲୋ ରଙ୍ଗର ଶାଢି ପିନ୍ଧିଥିଲେ। ଯାହା ସୁରକ୍ଷାର ପ୍ରତୀକ ଅଟେ।

Share