Union Budget 2025: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଥର ବଜେଟରେ ୧୦ ଦିଗ ପ୍ରତି ବିଶେଷ ଧ୍ୟାନ

ନୂଆଦିଲ୍ଲୀ,୧।୨: ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆମର ଅର୍ଥନୀତି ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଗତ ୧୦ ବର୍ଷ ଧରି ଆମର ବିକାଶ ଟ୍ରାକ ରେକର୍ଡ ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି। ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ଓମେନ୍‌ ଇନ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ ଧନ୍ୟ ଧାନ କୃଷି ଯୋଜନା-କୃଷି ଜିଲା ବିକାଶ କାର୍ଯ୍ୟକ୍ରମ। ଆମ ସରକାର ରାଜ୍ୟଗୁଡ଼ିକ ସହିତ ସହଭାଗୀତାରେ ଧନ୍ୟ କୃଷି ଯୋଜନା ହାତକୁ ନେବ। ଏହି କାର୍ଯ୍ୟକ୍ରମ ଜରିଆରେ ୧.୭ କୋଟି ଚାଷୀ ଉପକୃତ ହେବେ।
ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ MSME ବିକାଶର ଦ୍ବିତୀୟ ଇଞ୍ଜିନ ଭାବେ ନିଆଯାଇଛି। ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ କରାଯାଉଛି। MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ। ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦିଆଯିବ। ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ ରହିଛି। ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ।
ଖେଳନା ତିଆରି ଶିଳ୍ପକୁ ଅଧିକ ଗୁରୁତ୍ୱ ଦିଆଯିବ। ଭାରତ ହେବ ଖେଳନା ଶିଳ୍ପର ଗ୍ଲୋବାଲ ହବ୍‌ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ। ୧୦ ବର୍ଷରେ ମେଡିକାଲ ସିଟ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲ୍ଲା ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

EPFO: ଅଧିକ ପେନସନ୍‌ ପାଇବାର ଆଶା କ’ଣ ମଉଳିଯିବ? ୫ ଲକ୍ଷ କର୍ମଚାରୀଙ୍କୁ ଝଟ୍‌କା ଦେଇପାରେ…

ନୂଆଦିଲ୍ଲୀ,୫।୩: ଆପଣ ମଧ୍ୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ରୁ ଅଧିକ ପେନସନ ପାଇବାକୁ ଆଶା କରୁଛନ୍ତି କି, ତେବେ ଆପଣଙ୍କ ଆଶା ଧୂଳିସାତ...

ଦୁଷ୍ଟ ଶାସକ ଔରଙ୍ଗଜେବଙ୍କ କବର ଉପରେ ବୁଲ୍‌ଡୋଜର ଚଢ଼ାଇ ଦିଆଯାଉ…ରାମଭଦ୍ରାଚାର୍ଯ୍ୟଙ୍କ ଦାବି

ନୂଆଦିଲ୍ଲୀ,୫।୩: ମହାରାଷ୍ଟ୍ର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅବୁ ଆଜମୀ ଔରଙ୍ଗଜେବଙ୍କୁ ମହାନ କହି ବିବାଦରେ ଫସିଛନ୍ତି। ରାଜନେତାଙ୍କଠାରୁ ଆରମ୍ଭ କରି ଧାର୍ମିକ ନେତା ପର୍ଯ୍ୟନ୍ତ, ସମସ୍ତେ...

ଲମ୍ବା ସମୟ ଲିଭ୍-ଇନ୍ ରିଲେସନଶିପରେ ଥିଲେ ମହିଳା ବଳାତ୍କାର ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୩: ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଲମ୍ବା ସମୟ ଲିଭ୍-ଇନ୍ ସମ୍ପର୍କରେ ଥିବା ଜଣେ ମହିଳା ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ...

କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫ା୩: ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ କୌଣସି ଜାତି ମନ୍ଦିରର ମାଲିକାନା ଦାବି କରିପାରିବ ନାହିଁ, ‘ସମସ୍ତ ଭକ୍ତଙ୍କ ଦ୍ୱାରା ପରିଚାଳିତ’ ହୋଇପାରିବ। ନିକଟରେ ଏକ...

IAS ଅଧିକାରୀମାନେ IPS, IFS ଅଧିକାରୀଙ୍କ ଉପରେ ଶ୍ରେଷ୍ଠତା ଦେଖାଇବାକୁ ଚାହାଁନ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୫ା୩: ସୁପ୍ରିମ କୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟବେକ୍ଷଣ କରି କହିଛନ୍ତି ଯେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀମାନେ ପ୍ରାୟତଃ ଭାରତୀୟ ପୋଲିସ ସେବା...

ପୁଣି ଫେରିଲା Cold (Drink) War, ICC ଚାମ୍ପିଅନ୍ସ ଟ୍ରଫିରେ ହେଲେ ମୁହାଁମୁହିଁ

ନୂଆଦିଲ୍ଲୀ,୫।୩:ଦୀର୍ଘବର୍ଷ ଧରି ଜାରି ରହିଥିବା କୋଲ୍ଡ ଡ୍ରିଙ୍କ୍‌ ଓ୍ବାର ଚଳିତ ବର୍ଷ ବିଜ୍ଞାପନ ଯୁଦ୍ଧରେ ପରିଣତ ହୋଇଛି। କୋକା-କୋଲା ଏବଂ ପେପ୍ସିକୋ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା...

ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ...

ସମନ ସତ୍ତ୍ୱେ ହାଜର ହେଉ ନାହାନ୍ତି ରାହୁଲ ଗାନ୍ଧୀ, ଚେତାବନୀ ଦେଇ ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

ଲକ୍ଷ୍ନୌ,୫।୩: ବୀର ସାଭରକରଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ କୋର୍ଟ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image