Posted inରାଜ୍ୟ

ଓଡ଼ିଶା ଲାଗି କେନ୍ଦ୍ର କ୍ୟାବିନେଟ ଦ୍ୱାରା ୨ ରେଳ ପ୍ରକଳ୍ପ ମଞ୍ଜୁର, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୪(ସୁନିତ ମିଶ୍ର): କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (CCEA) ଶୁକ୍ରବାର ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଛି। ସେଥିରୁ ୨ଟି ପ୍ରକଳ୍ପ ଓଡିଶା ପାଇଁ ଉଦ୍ଦିଷ୍ଟ ରହିଛି। ଏହି ୨ଟି ପ୍ରକଳ୍ପ ହେଉଛି ସମ୍ବଲପୁର-ଜରପଡା(ତାଳଚେର, ଅନୁଗୋଳ) ତୃତୀୟ ଓ ଚତୁର୍ଥ ଲାଇନ ଏବଂ ଝାରସୁଗୁଡା-ସାସନ (ସମ୍ବଲପୁର) ତୃତୀୟ ଓ ଚତୁର୍ଥ ଲାଇନ । ସମ୍ବଲପୁର-ଜରପଡା ପ୍ରକଳ୍ପ ପାଇଁ ୩,୯୧୭ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ଝାରସୁଗୁଡା-ସାସନ ପ୍ରକଳ୍ପ ପାଇଁ ୧,୧୮୭ କୋଟି ଟଙ୍କା ବିନିଯୋଗ ହେବ । ଉଭୟ ପ୍ରକଳ୍ପ ପାଇଁ ୫,୧୦୪ କୋଟି ଟଙ୍କା ବିନିଯୋଗ ହେବ । ଏଥିନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ରହିଆସିଛି। କେନ୍ଦ୍ର ସରକାର ନିୟମିତ ଭାବରେ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ବିକାଶ ପ୍ରକଳ୍ପଗୁଡିକ ମଞ୍ଜୁର କରିବା ତା’ର ପ୍ରମାଣ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶା ନିଶ୍ଚିତ ଭାବେ ଦେଶର ଏକ ଗ୍ରୋଥ୍‌ ଇଞ୍ଜିନ ଭାବେ ବିକଶିତ ହେବ। ଏଥିଲାଗି ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ତେବେ ଏହି ମଲ୍ଟିଟ୍ରାକ ପ୍ରକଳ୍ପ ଗୁଡିକ ଦ୍ୱାରା ସମ୍ବଲପୁର, ଅନୁଗୋଳ ଓ ଝାରସୁଗଡ଼ା ଜିଲାଗୁଡିକରେ ରେଳ ପରିବହନ କ୍ଷେତ୍ରରେ ବ୍ୟାପକ ଗତିଶୀଳତା ଆସିବ । ଏହି ପ୍ରକଳ୍ପ ଗୁଡିକ ରେଳ ପରିଚାଳନାକୁ ସହଜ କରିବା ସହିତ ଭିଡ ହ୍ରାସ କରିବ । ପ୍ରଧାନମନ୍ତ୍ରୀଙ୍କ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅନୁଯାୟୀ ମଲ୍ଟି ମୋଡାଲ ସଂଯୋଗ ପାଇଁ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭକ୍ତଙ୍କ ନାଁରେ ମାମଲା

ଭୁବନେଶ୍ୱର,୯।୪: କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ  ଘଟଣାରେ ୫ ହଜାରରୁ ଊଦ୍ଧର୍‌ବ କଂଗ୍ରେସ କର୍ମୀଙ୍କ ନାଁରେ ମାମଲା  ରୁଜୁ ହୋଇଛି।  ଏହି କ୍ରମରେ ପିସିସି ସଭାପତି ଭକ୍ତ...

ଆଧାରକୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ କାର୍ଡ ନୁହେଁ, QR ମାଧ୍ୟମରେ ହେବ ସମସ୍ତ କାମ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୯।୪: ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ପରୀକ୍ଷଣ ପର୍ଯ୍ୟାୟରେ ନୂତନ ଆଧାର କାର୍ଡ ଆପ ଲଞ୍ଚ କରିଛି। ଯଦି ଏହି ପରୀକ୍ଷଣ ସଫଳ ହୁଏ,...

ବହିଷ୍କାର ନିର୍ଦ୍ଦେଶ ପରେ ଆମେରିକା ଛାଡ଼ି ନ ଥିଲେ ଦିନକୁ ଏତିକି ଟଙ୍କା ଜରିମାନା

ଓ୍ବାଶିଂଟନ,୯।୪:ବହିଷ୍କାର ନିର୍ଦ୍ଦେଶ ପରେ ଯେଉଁ ଆପ୍ରବାସୀମାନେ ଆମେରିକା ଛାଡ଼ି ନ ଥିବେ, ସେମାନଙ୍କ ଉପରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଦୈନିକ ୯୯୮ ଡଲାର ଜରିମାନା ଲଗାଇବେ...

ସଫଳତାର ସହ ପଞ୍ଚୁଦଣ୍ଡ ଶେଷ: ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲା

ଦାରିଙ୍ଗବାଡ଼ି,୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିରେ ସଫଳତାର ସହ ପଞ୍ଚୁଦଣ୍ଡ ମିଳନ କାର୍ଯ୍ୟକ୍ରମ ବୁଧବାର ସକାଳ ୭ ଟାରେ ସମ୍ପୂର୍ଣ୍ଣ ହୋଇଛି।ଜିଲାର...

ସିଆର୍‌ପିଏଫ୍‌ ୨୧୬ ବାଟାଲିୟନ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ

ନୂଆପଡ଼ା୯୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଜାମଗାଁ ସିଆର୍‌ପିଏଫ୍‌ କ୍ୟାମ୍ପ ସମ୍ମୁଖରେ ୨୧୬ ବାଟାଲିୟାନ ପକ୍ଷରୁ...

କଶ୍ମୀର ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଶ୍ରୀନଗର,୯।୪:ନିକଟରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ ଉପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆଲୋଚନା ପାଇଁ ବାଚସ୍ପତି ଅବଦୁଲ ରହିମ ରାଠେର ଅନୁମତି ଦେଇ...

ଲଘୁଚାପ ଆହୁରି ଘନୀଭୂତ: ୧୯ ଜିଲାରେ ଛେଚିବ ବର୍ଷା

ଭୁବନେଶ୍ୱର,୯ା୪:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକ୍ଷେତ୍ର ମଙ୍ଗଳବାର ଆହୁରି ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।...

ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ତେଜସ୍ବୀ

ପାଟନା,୯।୪:ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ନିଜକୁ ବିରୋଧୀ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ପାଟନାର ମୁସାହାର-ଭୁଇୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image