Categories: ଜାତୀୟ

କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ା୩: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ କର୍ମଚାରୀଙ୍କ ୪ ପ୍ରତିଶତ ମହଙ୍ଗା ଭତ୍ତା(ଡିଏ) ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏହା ସହିତ ବର୍ତ୍ତମାନ କର୍ମଚାରୀମାନେ ୫୦ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଗତ ଜାନୁୟାରୀରୁ ପିଛିଲା ଭାବେ ଏହା ଲାଗୁ ହେବ।

ସରକାରୀ କର୍ମଚାରୀଙ୍କୁ ବର୍ତ୍ତମାନ ମୂଳ ଦରମା/ପେନସନର ୪୬% ଡିଏ/ଡିଆର୍‌ ମିଳୁଥିବା ବେଳେ ଏଥିରେ ଅତିରିକ୍ତ ୪% ବୃଦ୍ଧି କରାଯାଇଛି ଯାହାକି ଜାନୁଆରୀ ପହିଲା ୨୦୨୪ ଠାରୁ ପିଛିଲା ଭାବେ ଲାଗୁ ହେବ ।

ଉଭୟ ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତା ବାବଦରେ ରାଜକୋଷ ଉପରେ ବାର୍ଷିକ ୧୨,୮୬୮.୭୨ କୋଟି ଟଙ୍କାର ମିଳିତ ବୋଝ ପଡ଼ିବ । ଏହା ଦ୍ୱାରା ପ୍ରାୟ ୪୯.୧୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି।

Share