Categories: ଜାତୀୟ

ଚଳିତ ରବିଋତୁପାଇଁ ଫସ୍‌‌ଫେଟ୍‌‌ ଓ ପଟାସ୍‌‌ ସାର ଉପରେ ରିହାତି ଦେବାନେଇ କେନ୍ଦ୍ର କ୍ୟାବିନେଟ୍‌‌ର ମଞ୍ଜୁରି

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪) ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି (ଏନବିଏସ) ହାର ନିର୍ଦ୍ଧାରଣ କରିବା ପାଇଁ ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଆଗାମୀ ୨୦୨୩-୨୪ ରବି ଋତୁରେ ଏନବିଏସ ଉପରେ ୨୨,୩୦୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି । ଚାଷୀଙ୍କୁ ସୁଲଭ ମୂଲ୍ୟରେ ଏହି ସାର ସହଜରେ ଉପଲବ୍ଧ କରାଇବା ପାଇଁ ରବି ଋତୁ ୨୦୨୩-୨୪ (୦୧.୧୦.୨୦୨୩ରୁ ୩୧.୦୩.୨୦୨୪ ପର୍ଯ୍ୟନ୍ତ ଲାଗୁ) ପାଇଁ ଅନୁମୋଦିତ ଦର ଆଧାରରେ ପିଆଣ୍ଡକେ ସାର ଉପରେ ସବସିଡି ପ୍ରଦାନ କରାଯିବ ।

ଚାଷୀଙ୍କୁ ରିହାତି, ସୁଲଭ ଓ ଉଚିତ ମୂଲ୍ୟରେ ସାର ଉପଲବ୍ଧ କରାଇବା ସୁନିଶ୍ଚିତ ହେବ । ସାର ଏବଂ କୃଷି ଉପକରଣର ଅନ୍ତର୍ଜାତୀୟ ମୂଲ୍ୟବୃଦ୍ଧିର ସାମ୍ପ୍ରତିକ ଧାରାକୁ ଦୃଷ୍ଟିରେ ରଖି ପିଆଣ୍ଡକେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରାଯିବ ।

Share