Categories: ଜାତୀୟ

ଆଖୁ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୧୨: ଆଖୁ ଚାଷୀଙ୍କ ପାଇଁ ବୁଧବାର ବଡ ଘୋଷଣା କରିଚନ୍ତି କେନ୍ଦ୍ର ସରକାର। ଆଖୁ ଚାଷୀମାନଙ୍କୁ ୩୫୦୦ କୋଟି ଟଙ୍କା ରପ୍ତାନି ସବସିଡି, ୧୮ ହଜାର କୋଟି ରପ୍ତାନି ସୁବିଧା ଏବଂ ଅନ୍ୟାନ୍ୟ ସବସିଡି ପ୍ରଦାନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ସରକାର ୬ ମିଲିୟନ ଟନ ଚିନି ରପ୍ତାନି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ସବସିଡି ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ସବସିଡି ହିସାବରେ ସରକାର ୩୫୦୦ କୋଟି ଟଙ୍କା ପ୍ରଦାନ କରିବେ। ସରକାରଙ୍କ ଏହି ନିଷ୍ପତ୍ତିରେ ୫ କୋଟି କୋଟି କୃଷକ ଏବଂ ୫ ଲକ୍ଷ ଶ୍ରମିକ ପ୍ରତ୍ୟକ୍ଷ ଲାଭ ପାଇବେ ବୋଲି ସେ କହିଛନ୍ତି।

Share