ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ସୂଚନାନୁସାରେ, ସୋମବାର ସା ୬.୩୦ରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଛି। ସଂସଦ ଏନେକ୍ସି ବିଲଡିଂରେ ବୈଠକ ବସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।