Categories: ବାଣିଜ୍ୟ

କେନ୍ଦ୍ର କୋଇଲା ସଚିବ ଓ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜେଏସ୍‌ପି ଗସ୍ତ

ଅନୁଗୋଳ ଅଫିସ, ୩୧ା୧୨: କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ବାଲ ଗୁରୁବାର ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ। ଜେଏସ୍‌ପି ପକ୍ଷରୁ ଦୁଇ ଅଧିକାରୀଙ୍କୁ ସିଜିପିକୁ ସ୍ବାଗତ କରାଯାଇଥିଲା। ଜେଏସ୍‌ପି ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି ଯେ, କୋଲ୍‌ ଗ୍ୟାସିଫିକେଶନ ହେଉଛି କୋଇଲାର ଭବିଷ୍ୟତ। ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ। ଏହାସହିତ କେନ୍ଦ୍ର କୋଇଲା ସଚିବ ଓ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜେଏସ୍‌ପି ଗସ୍ତ ପ୍ରେରଣା ଯୋଗାଇବ। ଆଜିର ସମୟରେ ସିଜିପି ଏକ ଅନ୍ୟାନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି। ସିଜିପିରେ ଉତ୍ପାଦନ ହେଉଥିବା ସିନ୍‌-ଗ୍ୟାସ୍‌ରେ ୬୦% ହାଇଡ୍ରୋଜେନ ରହିଥିବାରୁ ଏହା ପରିବେଶ ଉପଯୋଗୀ ନୀଳହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ। ଏହି ଗସ୍ତବେଳେ ଜେଏସ୍‌ପି ଚେୟାରମ୍ୟାନ ନବୀନ ଜିନ୍ଦଲ, ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଭି.ଆର୍‌. ଶର୍ମା, ଜେଏସ୍‌ପି ସିଇଓ ଦୀନେଶ କୁମାର ସରୋଗୀ, ଇଡି ଦାମୋଦର ମିତ୍ତଲ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Share