Categories: ଜାତୀୟ

ପ୍ରତିରକ୍ଷା ମନ୍ତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୦।୧: ଦେଶର ପ୍ରତିରକ୍ଷା ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ରାଜନାଥ ସିଂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ସୋମବାର ଅପରାହ୍ନରେ ନିଜେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି ଏବଂ ସେ ଆଇସୋଲେସନରେ ଅଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଅଲଗା କରି ରହିବା ସହ ନିଜ ନିଜର କୋଭିଡ୍‌ ପରୀକ୍ଷା କରାଇଦେବାକୁ ପ୍ରତିରକ୍ଷା ମନ୍ତ୍ରୀ ଅନୁରୋଧ କରିଛନ୍ତି।

Share