Categories: ଜାତୀୟ

ଖୁବଶୀଘ୍ର ହେବ ସିଡିଏସ ନିଯୁକ୍ତି: ରାଜନାଥ

ନୂଆଦିଲ୍ଲୀ,୧୪ ।୬: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତଙ୍କ ପରଲୋକ ପରେ ଏବେ ଏହି ପଦବି ଖାଲି ପଡିଛି । ତେବେ ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏଥିପାଇଁ ପ୍ରକ୍ରିୟା ଚାଲିଛି ତେଣୁ ଖୁବଶୀଘ୍ର ଦେଶକୁ ଆଉ ଜଣେ ନୂଆ ସିଡିଏସ୍ ମିଳିଯିବେ । ଅଧିକାରୀମାନଙ୍କର ଏକ ପ୍ୟାନେଲ ସିଡିଏସ ପଦ ପାଇଁ ଏବେ ସେନାରେ କାର୍ଯ୍ୟରତ ଥିବା ସେନା ଅଧିକାରୀଙ୍କ ସମେତ ଅବସରପ୍ରାପ୍ତ ସେନା ଅଧିକାରିଙ୍କ ନାମକୁ ବିଚାରକୁ ନେଇଛନ୍ତି ।

Share