ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ,୧।୬: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନାରେ ଆକ୍ରାନ୍ତ ହେବାର ପରବର୍ତ୍ତୀ ସମସ୍ୟା ଯୋଗୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା. ରମେଶ ପୋଖରିଆଲ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସକାଳେ ତାଙ୍କୁ ଭର୍ତ୍ତି କରାଯାଇଥିବା ନେଇ ଏମ୍ସ ଅଧିକାରୀ ସୂଚନା ଦେଇଛନ୍ତି। ମଙ୍ଗଳବାର ବୋର୍ଡ ପରୀକ୍ଷା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥାନ୍ତେ ପୋଖରିଆଲ। କିନ୍ତୁ ଏହାପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଛି। ସୂଚନାଯୋଗ୍ୟ,ଏପ୍ରିଲ ମାସରେ ପୋଖରିଆଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share