ଭୁବନେଶ୍ୱର,୪।୬(ବ୍ୟୁରୋ)/ ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଗୁରତର ଓ ଆହତଙ୍କୁ ସେ ଭେଟିବେ। ସେ ପ୍ରଥରେ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ଆହତଙ୍କୁ ଭେଟିବେ। ଚିକିତ୍ସା ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ। ସେଠାରୁ କଟକ ବଡ଼ ମେଡିକାଲଯାଇ ସେଠାରେ ଭର୍ତ୍ତି ହୋଇଥିବା ଆହାତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ।