Categories: ଜାତୀୟ

ଶେଷ ହେଲା ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୨।୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି। ତାଙ୍କ ସ୍ଥାନରେ କେନିୟା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କାର୍ଯ୍ୟନିର୍ବାହୀ ମହାନିର୍ଦ୍ଦେଶକ ପେଟ୍ରିକ ଅମୋଥ ଡବ୍ଲ୍ୟୁଏଚ୍‌ଓର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର କାର୍ଯ୍ୟନିର୍ବାହୀ ବୋର୍ଡର ୧୪୯ତମ ଅଧିବେଶନକୁ ହର୍ଷବର୍ଦ୍ଧନ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି, କୋଭିଡ-୧୯ ଟିକାଗୁଡ଼ିକର ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ବାନ୍ଧି ରଖିବା ପାଇଁ କମ୍ପାନୀଗୁଡ଼ିକ ପାଖରେ କୌଣସି ସୁବିଧା ନାହିଁ। ତେଣୁ ପ୍ରମୁଖ ଔଷଧଗୁଡ଼ିକର ସୁଲଭ ସୁବିଧା ସୁନିଶ୍ଚିତ କରିବା ପାଇଁ ସଂଗଠନଗୁଡ଼ିକ ଉପାୟ ଖୋଜିବା ନିହାତି ଆବଶ୍ୟକ।

Share