ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୪।୬:ବାହନାଗା ରେଳ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। ଆହତଙ୍କୁ ସ୍ବାସ୍ଥ୍ୟବସ୍ଥ୍ୟା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆହତଙ୍କ ଚିକିତ୍ସା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏହି ଭୟାନକ ରେଳ ଦୁର୍ଘଟଣାରେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୦୦ରୁ ଅଧିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏବଂ ଆର୍‌ଏମଏଲୀରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଆସିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀ ଭୁବନେଶ୍ୱର ଏମ୍ସର ସିନିୟର ଡାକ୍ତର ଏବଂ ଅଫିସର୍‌ଙ୍କ ସହ ରିଭ୍ୟୁ ମିଟିଂ କରିଛନ୍ତି। ବୈଠକରେ ମୃତଦେହ ବ୍ୟବଚ୍ଛେଦ ଏବଂ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ନେଇ ଆଲୋଚନା କରିଛନ୍ତି।

Share