Categories: ଜାତୀୟ

ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ ଯୋଗେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଏକ ଟୁଇଟର ଉତ୍ତରରେ ସେ ଏହି ଟୁଇଟ କରିଛନ୍ତି। କରୋନା ଟିକା ଉପଲବ୍ଧ ନ ହେବା ଉପରେ ରାହୁଲ ପ୍ରଶ୍ନ କରିବା ପରେ ମାଣ୍ଡଭିଆ ଲେଖିଛନ୍ତି, ଏହି ମାସ (ଅଗଷ୍ଟ) ଏହା ଆହୁରି ତ୍ୱରାନ୍ବିତ ହେବାକୁ ଯାଉଛି। ଏହି ସଫଳତା ପାଇଁ ଆମେ ଆମର ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଗର୍ବିତ। ଏବେ ସେମାନଙ୍କ ପାଇଁ ଏବଂ ଦେଶ ପାଇଁ ମଧ୍ୟ ଗର୍ବିତ ହେବା ଉଚିତ୍‌। ରାହୁଲ ଗାନ୍ଧୀ ଟିକାକରଣ ନାମରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ,କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ରବିବାର ସକାଳେ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ କରୋନା ଟିକାକରଣର ବିଫଳତା ଦର୍ଶାଇ ଅନେକ ନ୍ୟୁଜ ଶୋ’ର ସ୍କ୍ରିନସଟ ସଂଲଗ୍ନ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହ ସେ ଲେଖିଛନ୍ତି, ଜୁଲାଇ ଚାଲିଯାଇଛି, ଟିକା ଅଭାବ ଯାଇନାହିଁ।

Share