ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କ୍ରସ କଣ୍ଟ୍ରି ସ୍ଲମ ରନ ପ୍ରତିଯୋଗୀତା ଆୟୋଜନ କରାଯାଇଛି । ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଅମିତ ଶାହା ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରେ ପ୍ରତିଯୋଗୀଙ୍କୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅମିତ ଶାହାଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ହରଦିପ ସିଂ ପୁରି, ଭାଜପା ପ୍ରଭାରୀ ବୈଜୟନ୍ତ ଜୟ ପଣ୍ଡା, ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା, ପୁର୍ବତନ କ୍ରିକେଟର ଇଶାନ୍ତ ଶର୍ମା ଉପସ୍ଥିତ ଥିଲେ ।
ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା କହିଛନ୍ତି ଏହି ସ୍ଲମ ରନକୁ ୪ଟି ବିଭାଗରେ ବିଭକ୍ତ କରାଯାଇଛି । ସବୁଠାରୁ ଛୋଟ ୨.୫ କିଲୋମିଟର ଏଥିରେ ୧୦-୧୫ ବର୍ଷର ଝିଅପୁଅ ଭାଗ ନେଇପାରିବେ । ୨.୫ କିଲୋମିଟର ଆଉ ଏକ ଦୌଡରେ ଯେ କେହି ଭାଗ ନେଇପାରିବେ । ଏଥିରେ କେବଳ ସ୍ଲମ ବା ବସ୍ତିରେ ରହୁଥିବା ପିଲାମାନେ ହିଁ ଭାଗ ନେଇପାରିବେ । ଏହା ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ପହଞ୍ଚିବ ।