Categories: ଜାତୀୟ

ଗରିବ, କୃଷକ, ଦଳିତ, ଆଦିବାସୀମାନଙ୍କ ପାଇଁ କିଛି କରିନାହାନ୍ତି କେସିଆର ସରକାର: ଶାହା

ହାଇଦ୍ରାବାଦ,୧୦।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତେଲଙ୍ଗାନାର ଆଦିଲାବାଦରେ ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ସାମିଲ ହୋଇଛନ୍ତି। ଏହି ସମୟରେ ସେ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ କେସିଆର ଗରିବ, କୃଷକ, ଦଳିତ ଏବଂ ଆଦିବାସୀମାନଙ୍କ ପାଇଁ କିଛି କରିନାହାନ୍ତି। ତାଙ୍କ ପୁଅ କେଟିଆରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ କେସିଆରଙ୍କର କେବଳ ଗୋଟିଏ ଲକ୍ଷ୍ୟ ରହିଛି ଏବଂ ଆଦିଲାବାଦର ପ୍ରତ୍ୟେକ ଆଦିବାସୀ ଯୁବକଙ୍କୁ ଚାକିରି ଏବଂ ଶିକ୍ଷା ଯୋଗାଇବା ଆମର ଲକ୍ଷ୍ୟ ରହିଛି ବୋଲି ଶାହା କହିଛନ୍ତି।

ଅମିତ ଶାହା କହିଛନ୍ତି, ଆଜି ପର୍ଯ୍ୟନ୍ତ କଂଗ୍ରେସ କେବଳ ଦାରିଦ୍ର୍ୟ ବିଷୟରେ କହିଛି କିନ୍ତୁ ଗରିବଙ୍କ ପାଇଁ କିଛି କରିନାହିଁ। ୧୨ ଲକ୍ଷ କୋଟି ଟଙ୍କାର ସ୍କାମ, ଠକେଇ ଏବଂ ଦୁର୍ନୀତି ଇଣ୍ଡିଆ ମେଣ୍ଟ କଂଗ୍ରେସ ଦଳ ଦ୍ୱାରା ଦ୍ୱାରା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ୯ବର୍ଷ ମଧ୍ୟରେ ଆମର କୌଣସି ବିରୋଧୀ ମଧ୍ୟ ଆମକୁ ଦୁର୍ନୀତି ଅଭିଯୋଗ କରିପାରିବେ ନାହିଁ।

Share