Categories: ଜାତୀୟ

ବିହାର ଗସ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ: ନୀତିଶଙ୍କୁ ଭେଟିଲେ ଶାହା

ପାଟନା,୨୩।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦିନିକିଆ ବିହାର ଗସ୍ତ କରିଛନ୍ତି। ଏହି ସମୟରେ ଅମିତ ଶାହା ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି। ସୂଚନାଯୋଗ୍ୟ, ଭୋଜପୁର ଜିଲାର ଜଗଦୀଶପୁରରେ ୧୮୫୭ରେ ବିଦ୍ରୋହରେ ନାୟକ ସାଜିଥିବା ବୀର କୁଅଁର ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ କାର୍ଯ୍ୟକ୍ରମରେ ଅମିତ ଶାହା ଯୋଗଦେବେ। ଏହାପରେ ସାସାରାମରେ ଗୋପାଳ ନାରାୟଣ ସିଂ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଶାହା ସାମିଲ ହେବେ। ଏଥିସହ ସାସରାମ ମେଡିକାଲ ଆଣ୍ଡ ମ୍ୟାନେଜମେଣ୍ଟ ଛାତ୍ର ଓ ଅନ୍ୟାନ୍ୟ ପାଠ୍ୟକ୍ରମର ୭୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଅନ୍ୟ କେତେକ ନେତା ମଧ୍ୟ ସାମିଲ ହେବେ।

 

Share