Categories: ଜାତୀୟ

ମୋଦିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୧୯ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ୭ ଲୋକ କଲ୍ୟାଣ ମାର୍ଗରେ ମୋଦିଙ୍କ ଘରେ ପହଞ୍ଚିଥିଲେ । କ୍ୟାବିନେଟ ବୈଠକ ପୂର୍ବରୁ ଏହି ସାକ୍ଷାକାର ଖୁବ୍ ଗୁରୁତ୍ୱ ରଖେ ବୋଲି କୁହାଯାଉଛି । ଏଥିରେ କଶ୍ମୀର ସମସ୍ୟା, ଓ ସୁରକ୍ଷା କଥା ଆଲୋଚନା ହୋଇଛି । ଏହା ପର୍ବୂରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ କଶ୍ମୀର ସମସ୍ୟାକୁ ନେଇ ସୁରକ୍ଷା ଏଜେନ୍ସି ସହ ପାଖାପାଖି ୬ ଘଣ୍ଟା ଧରି ଆଲୋଚନା କରିଥିଲେ । ସବୁ ଏଜେନ୍ସିକୁ ଛୋଟ ଛୋଟ ଇନପୁଟ ଉପରେ ବି ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ୟାବିନେଟ ବୈଠକ ପୂର୍ବରୁ କଶ୍ମୀର ସମସ୍ୟାକୁ ନେଇ ଯେଉଁସବୁ ପଦକ୍ଷେପ ନିଆଯିବାକୁ ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ଶାହା ମୋଦିଙ୍କୁ ଅବଗତ କରାଇବେ । ଅନୁମାନ କରାଯାଉଛି କି କଶ୍ମୀରରେ ସୁରକ୍ଷା ଏଜେନ୍ସି ବଡ ଧରଣର ଯାଞ୍ଚ ଓ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ଆହୁରି ବଢାଇଦେବେ । ଆତଙ୍କବାଦୀ ସଙ୍ଗଠନ ନୂଆ ନୂଆ ନାମରେ ଛୋଟ ଛୋଟ ସମ୍ପ୍ରଦାୟ ମଧ୍ୟରେ ଟାର୍ଗେଟ କିଲିଂକୁ ସଫଳ କରୁଛି । ସେଥିପାଇଁ ତଳ ସ୍ତରରୁ ସମସ୍ତ ଏଜେନ୍ସି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଶାହା ଛୋଟ ଛୋଟ ସୂଚନାକୁ ମଧ୍ୟ ଗୁରୁତର ସହ ନେଇ ସାବଧାନତାର ସହ କାମ କରିବାକୁ କହିଛନ୍ତି ।

Share