ନୂଆଦିଲ୍ଲୀ,୧୧।୬: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଶନିବାର ଅର୍ଥାତ୍ ଜୁନ ୧୦ରେ ରାଜ୍ୟ ପାଇଁ ଭାଜପା ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସ୍ବତନ୍ତ୍ର ଯୋଜନାର ତାଲିକା ମାଗିଥିବାବେଳେ ରବିବାର ଅର୍ଥାତ୍ ଜୁନ ୧୧ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ନେଇ ଏକ ବଡ ଆକ୍ରମଣ କରିଛନ୍ତି। ଫେଡେରାଲ ନ୍ୟୁଜ ୱେବସାଇଟ ସୂତ୍ରରୁ ପ୍ରକାଶ ଯେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭବିଷ୍ୟତରେ କେହି ତାମିଲ ପ୍ରଧାନମନ୍ତ୍ରୀ ହେବା ପାଇଁ ଓକିଲାତି କରିଥିଲେ।
ପାର୍ଟି ସୂତ୍ର ଅନୁଯାୟୀ, ରବିବାର ଦିନ ଦକ୍ଷିଣ ଚେନ୍ନାଇରେ ଭାଜପା କାର୍ଯ୍ୟାଳୟର ଏକ ବନ୍ଦ କୋଠଣିରେ ହୋଇଥିବା ବୈଠକରେ ଶାହା ଏହି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେ ତାମିଲନାଡୁର ଦୁଇଜଣ (ସମ୍ଭାବ୍ୟ) ପ୍ରଧାନମନ୍ତ୍ରୀଙ୍କୁ ହରାଇଛୁ। ସୂତ୍ର ଅନୁଯାୟୀ ଶାହା କହିଛନ୍ତି ଯେ ଆମର (ସମ୍ଭାବ୍ୟ) ଦୁଇଜଣ ପ୍ରଧାନମନ୍ତ୍ରୀ କାମରାଜ ଏବଂ ମୁପନାର ହଜିଯାଇଛନ୍ତି। ଏମାନେ ପ୍ରଧାନମନ୍ତ୍ରୀ ନ ହୋଇପାରିବା ପାଇଁ ଡିଏମକେ ଦାୟୀ।