Categories: ଜାତୀୟ

ଦିଲ୍ଲୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ‘ନୋ ଫ୍ଲାଇଙ୍ଗ୍‌ ଜୋନ’ କଟକଣା

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ରେ ବିମାନ ଉଡାଣକୁ ନେଇ କଟକଣା କୋହଳ କରାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳକୁ ବିମାନ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଜାରି କରିଛି।

ସୂଚନାଯୋଗ୍ୟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦାବି କରିଛନ୍ତି ଯେ ସେମାନଙ୍କ ହେଲିକପ୍ଟରକୁ ଦିଲ୍ଲୀରେ ଅବତରଣ କରିବାକୁ ଅନୁମତି ଦିଆଯାଇ ନାହିଁ। ଏହାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ପ୍ରତ୍ୟାଖ୍ୟାନ କରିଛି।

Share