ଭୁବନେଶ୍ବର, ୪ା୨(ବ୍ୟୁରୋ): କେନ୍ଦ୍ର ସରକାର ଚଳିତ ଆର୍ଥତ୍କ ବର୍ଷ ୨୦୨୩-୨୪ର ବଜେଟ୍ ପାର୍ଲାମେଣ୍ଟରେ ଆଗତ କରିଛନ୍ତି। ଏହି ବଜେଟ୍କୁ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଶନିବାର କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗ ଦେବେ। ପରେ ଅପରାହ୍ନ ୪ ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲଠାରେ ଆୟୋଜିତ ହେବାକୁ ଥିବା ‘ବଜେଟ୍ ଆଲୋଚନା ଚକ୍ର’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅର୍ଥନୀତିଜ୍ଞ, ବ୍ୟବସାୟୀ ପ୍ରତିନିଧି, ବୁଦ୍ଧିଜୀବୀ ଉପସ୍ଥିତ ରହିବେ।