ପାର୍ସଲ ପ୍ୟାକେଜିଂ ୟୁନିଟ୍‌ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ

ଭୁବନେଶ୍ୱର,୧୫।୮: ରେଳ, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଭୁବନେଶ୍ୱର ଜିପିଓ ପରିଦର୍ଶନ କରିଛନ୍ତି। ସେଠାରେ ସେ ଡାକ ନିର୍ଯାତ କେନ୍ଦ୍ରରେ ଥିବା ପାର୍ସଲ ପ୍ୟାକେଜ୍‌ ୟୁନିଟ୍‌ ବୁଲି ଦେଖିଥିଲେ। ପାର୍ସଲ ପ୍ୟାକେଜିଂର ତଦାରଖ କରିବା ସହିତ ଉପସ୍ଥିତ ଗ୍ରାହକଙ୍କ ସହ ଆଲୋଚନା କରି ମତାମତ ନେଇଥିଲେ। ଭୁବନେଶ୍ୱରେ ଜିପିଓରେ ପ୍ରଦାନ କରାଯାଉଥିବା ସମସ୍ତ ଡାକ ସେବା ସୂଚାରୁ ରୂପେ ସମ୍ପାଦନ କରି ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଉପସ୍ଥିତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିପିଓରେ ଚାଲିଥିବା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍‌ ମଧ୍ୟ ମନ୍ତ୍ରୀ ବୁଲି ଦେଖିଥିଲେ। ତାଙ୍କ ସହ ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁ ଏବଂ ଡାକ ନିର୍ଦ୍ଦେଶିକା ସୁଚିସ୍ମିତା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Share