Categories: ଜାତୀୟ

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନ: କାହା ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି ରଘୁରାମ ରାଜନ

ନୂଆଦିଲ୍ଲୀ,୨୦।୮:କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛନ୍ତି। ରାଜନ ଏପରି ଜଣେ ନେତା ହୋଇଛନ୍ତି,ଯିଏ ଅନ୍ୟର ଇସାରାରେ ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିକଟରେ ରାଜନ କହିଥିଲେ, ପ୍ରଡକ୍ସନ ଲିଙ୍କ୍‌ଡ ଇନସେଣ୍ଟିଭ (ପିଏଲ୍‌ଆଇ) ଯୋଜନା ଅଧୀନରେ ଭାରତ ମୋବାଇଲ ଫୋନ ଉତ୍ପାଦନ କରୁନାହିଁ, କେବଳ ସେଗୁଡିକୁ ‘ଆସେମ୍ବଲ’ କରୁଛି। ରାଜନଙ୍କ ଏହି ମନ୍ତବ୍ୟ ଉପରେ ମନ୍ତ୍ରୀ ବୈଷ୍ଣବ ଜବାବ ରଖିଛନ୍ତି।
ମନ୍ତ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଭାରତ ୩୦ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ କରିବ। ଏଥିସହ ତିନୋଟି କମ୍ପାନୀ ଖୁବ ଶୀଘ୍ର ବିଶ୍ୱ ପାଇଁ ମୋବାଇଲ ଫୋନ ଉପାଦାନ ପ୍ରସ୍ତୁତ କରିବେ। ଆଜି ବିଶ୍ୱ ଯୋଗାଣ ଶୃଙ୍ଖଳା ଏତେ ଜଟିଳ ଯେ କୌଣସି ଦେଶ ଏମିତି ନାହିଁ, ଯିଏ କି ୪୦ ପ୍ରତିଶତରୁ ଅଧିକ ଭାଲ୍ୟୁ ଆଡିସନ୍‌ ଦାବି କରିପାରିବ।
ଯେତେବେଳେ ଭଲ ଅର୍ଥନୀତିଜ୍ଞ ରାଜନେତା ହୁଅନ୍ତି, ସେତେବେଳେ ସେମାନେ ସେମାନଙ୍କର ଅର୍ଥନୈତିକ ଭାବନା ହରାନ୍ତି ବୋଲି ବୈଷ୍ଣବ କହିଛନ୍ତି। ରଘୁରାମ ରାଜନ ଜଣେ ନେତା ହୋଇଛନ୍ତି। ସେ ବର୍ତ୍ତମାନ ଖୋଲାଖୋଲି ଭାବେ ବାହାରକୁ ଆସିବା, ନିର୍ବାଚନ ପ୍ରତିଯୋଗିତା କରିବା, ନିର୍ବାଚନ କରିବା ଏବଂ ରାଜନୈତିକ ଗତିବିଧିରେ ଅଂଶଗ୍ରହଣ କରିବା ଉଚିତ୍‌। ପଛରେ ରଖି କହିବା ଭଲ କଥା ନୁହେଁ, ସେ ଅନ୍ୟର ଇସାରାରେରେ ଏହା କରିବାକୁ ଚେଷ୍ଟା କରୁଛନ୍ତି।

Share