Categories: ଜାତୀୟ

୩ଡି ପ୍ରିଣ୍ଟେଡ ଡାକଘର ଉଦ୍‌ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ବେଙ୍ଗାଲୁରୁ,୧୮।୮: କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ୩ଡି ପ୍ରିଣ୍ଟେଡ ଟେକନିକରେ ନିର୍ମିତ ଦେଶର ପ୍ରଥମ ଡାକଘରର ଉଦଘାଟନ କରିଛନ୍ତି। ୧୧୦୦ ବର୍ଗଫୁଟର ଡାକଘରର ଉଦଘାଟନ ବେଙ୍ଗାଲୁରୁର ଉଲ୍ସୁର ବଜାର ନିକଟ କେମ୍ବ୍ରିଜ ଲେଆଉଟରେ ଆୟୋଜିତ କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭାରତର ଏକ ନୂତନ ଚିତ୍ର ଯାହାକୁ ଆମେ ଏହି ୩ଡି ପ୍ରିଣ୍ଟିଙ୍ଗ ଟେକ୍ନୋଲୋଜିରେ ଦେଖିଛୁ। କେହି ଭାବି ନ ଥିଲେ ଯେ ଭାରତ ନିଜର ୪ଜି ଏବଂ ୫ଜି ଟେକ୍ନୋଲୋଜି ବିକଶିତ କରିବ। ଜଣେ ବିକାଶକାରୀ ତଥା ଉତ୍ପାଦକ ଭାବରେ ଉଭା ହେବ। କେହି କଳ୍ପନା କରି ନ ଥିଲେ। ଦେଶ ଏକ ବିଶ୍ୱ ସ୍ତରୀୟ ଟ୍ରେନର ଡିଜାଇନ ଏବଂ ଉତ୍ପାଦନ କରିବାରେ ସକ୍ଷମ ହେବ ବୋଲି। ସେ ଆହୁରି ମଧ୍ୟ ସରକାରଙ୍କ ପ୍ରଶଂସା କରି କହିଥିଲେ, ଏହା ଏଇଥିପାଇଁ ସମ୍ଭବ ହୋଇଛି କାରଣ ଦେଶକୁ ଏକ ନିର୍ଣ୍ଣାୟକ ନେତୃତ୍ୱ ଓ ଏମିତି ଏକ ନେତା ମିଳିଛି, ଯିଏ ନିଜ ଦେଶବାସୀଙ୍କ କ୍ଷମତା ଉପରେ ଭରସା କରନ୍ତି।

Share