ଥାନାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୪।୩(ବ୍ୟୁରୋ): ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ଶୁକ୍ରବାର ହାଜିର ହୋଇଛନ୍ତି। ପୂର୍ବରୁ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ। ଏ ନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଗତ ଜାନୁଆରୀ ୧୧ତାରିଖରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ନିଜ କାର୍ଯ୍ୟାଳୟକୁ ଡକାଇ ଥିଲେ। ପରେ ପରେ ସେଠାରେ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ ଉଚ୍ଚ ନାଯ୍ୟଳୟରୁ ଅଗ୍ରୀମ ଜାମିନ ପାଇଁ ସାରିଥିବା ବେଳେ ତଦନ୍ତକାରୀ ଅଫିସରଙ୍କୁ ଘଟଣାର ତଦନ୍ତ ପାଇଁ ସହଯୋଗ କରିବାକୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସର୍ତ୍ତ ରଖା ଯାଇଥିଲା।

Share