Categories: ଜାତୀୟ

ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ବିମାନ ବନ୍ଦର ବାହାରକୁ ଆଣିଲେ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୪।୮: ଆଫଗାନିସ୍ତାନରେ ତାଲିବାନ ସଙ୍କଟ ମଧ୍ୟରେ ପୁଣି ଭାରତୀୟମାନେ ସ୍ବଦେଶ ଫେରିଛନ୍ତି। ତାଜିକିସ୍ତାନର ଦୁଶାନବେରୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନରେ ପ୍ରାୟ ୭୮ ଜଣ ଲୋକ ଥିଲେ। ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ସେମାନଙ୍କୁ ସ୍ବାଗତ କରିଛନ୍ତି। ସେ ଗୁରୁ ଗ୍ରନ୍ଥ ସାହିବ ମୁଣ୍ଡରେ ବୋହି ନେଇ ବିମାନବନ୍ଦର ବାହାରକୁ ଆସିଥିଲେ। ଏବେ ଏହାର ୩୪ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଭାଇରାଲ ହେବାରେ ଲାଗିଛି।
ଯାତ୍ରୀମାନଙ୍କୁ ଗୋଟିଏ ଦିନ ପୂର୍ବରୁ କାବୁଲରୁ ଭାରତୀୟ ବାୟୁସେନା ବିମାନ ଦ୍ୱାରା ଦୁଶାନବେକୁ ଅଣାଯାଇଥିଲା। ସେଠାରୁ ସେମାନଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଅଣାଯାଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୫ ଜଣ ଭାରତୀୟ ନାଗରିକଙ୍କ ସମେତ ୭୮ ଜଣ ଯାତ୍ରୀ ସ୍ବତନ୍ତ୍ର ଏୟାର ଇଣ୍ଡିଆ ବିମାନରେ ତାଜିକିସ୍ତାନର ଦୁଶାନବେରୁ ନୂଆଦିଲ୍ଲୀ ପହଞ୍ଚିଛନ୍ତି। ବିମାନରେ ୪୬ ଜଣ ଆଫଗାନିସ୍ତାନ ଶିଖ, ହିନ୍ଦୁ ଦିଲ୍ଲୀରେ ପହଞ୍ଚିଛନ୍ତି।

Share