ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା ଅଫିସ,୨୩।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ହେବ ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ହେଉଛି। ଅନେକ ହେଭିଓ୍ବେଟ୍‌ ନେତା ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କସହ ମିଶି ପ୍ରଚାର କରୁଛନ୍ତି। ତେବେ ମଙ୍ଗଳବାର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର କରିବେ ବୋଲି ଜଶାପଡ଼ିଛି। ପ୍ରାର୍ଥୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ରୋଡ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜିଲା ପ୍ରଶାସନକୁ ଦଳ ପକ୍ଷରୁ ଅବଗତ କରାଯାଇଛି।

Share