Categories: ଜାତୀୟ

ସ୍ୱଦେଶୀ ଉପକରଣ ବାଲା ୫ଜି ନେଟୱର୍କର ସଫଳ ପରୀକ୍ଷଣ, ଆଇଟି ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ କଲେ ପ୍ରଥମ ୫ଜି ଭିଡିଓ କଲ

ନୂଆଦିଲ୍ଲୀ,୨୦ ।୫: ଦେଶ ପାଇଁ ଗୁରୁବାର ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଦେଶରେ ସ୍ୱଦେଶୀ ଦୂରସଂଚାର ଉପକରଣ ମାଧ୍ୟମରେ ସ୍ଥାପନ କରାଯାଇଥିବା ୫ଜି ନେଟୱର୍କର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ପ୍ରାଦ୍ଦ୍ୟୋଗିକି ସଂସ୍ଥାନ ମାଡ୍ରାସ(ଆଇଆଇଟି ମାଡ୍ରାସ)ରେ ସ୍ଥାପିତ ପରୀକ୍ଷଣ ନେଟୱର୍କରୁ ପ୍ରଥମ ୫ଜି କଲ କରିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ୫ଜି ନେଟୱର୍କ ଟେଷ୍ଟ-ବେଡର ଉଦ୍‌ଘାଟନ କରିଥିଲେ ।

Share