Air India ବିମାନରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଭଙ୍ଗା ସିଟ୍‌: ଟୁଇଟ୍‌ କରି ବଖାଣିଲେ ଯନ୍ତ୍ରଣା

ନୂଆଦିଲ୍ଲୀ,୨୨।୨: କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଏୟାର ଇଣ୍ଡିଆର ଏକ ବିମାନରେ ଭଙ୍ଗା ସିଟରେ ଯାତ୍ରା କରିବାକୁ ପଡିଲା। ଏ ସମ୍ପର୍କରେ ସେ ତାଙ୍କ ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବରାଜ କହିଛନ୍ତି ଯେ ଏୟାର ଇଣ୍ଡିଆ ବିମାନରେ ବସିବା ଯନ୍ତ୍ରଣାଦାୟକ ଥିଲା।
କେନ୍ଦ୍ର କୃଷି ମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଆଜି ମୋତେ ଭୋପାଳରୁ ଦିଲ୍ଲୀ ଆସିବାକୁ ଥିଲା। ପୁସାରେ କିଷାନ ମେଳା ଉଦଘାଟନ, କୁରୁକ୍ଷେତ୍ରରେ ପ୍ରାକୃତିକ କୃଷି ମିଶନର ଏକ ବୈଠକ ଏବଂ ଚଣ୍ଡିଗଡ଼ରେ କୃଷକ ସଂଗଠନର ମାନ୍ୟବର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବାର ଥିଲା। ମୁଁ ଏୟାର ଇଣ୍ଡିଆର ବିମାନ AI436 ରେ ଟିକେଟ ବୁକ କରିଥିଲି, ମୋତେ 8C ନମ୍ବର ସିଟ ଆଲର୍ଟ ହୋଇଥିଲା। ମୁଁ ଯାଇ ସିଟ ଉପରେ ବସିଲି, ସିଟଟି ଭଙ୍ଗା ଏବଂ ତଳକୁ ଦବି ଯାଇଥିଲା। ବସିବା ଯନ୍ତ୍ରଣାଦାୟକ ଥିଲା।
ଶିବରାଜ ଆହୁରି କହିଛନ୍ତି, ମୁଁ ଏୟାରଲାଇନ୍ସ କର୍ମଚାରୀଙ୍କୁ ପଚାରିଲି ଯେ ଯଦି ସିଟ ଖରାପ ଥିଲା ତେବେ କାହିଁକି ଆଲର୍ଟ କରାଯାଇଥିଲା? ଏହି ସିଟ ଯଦି ଭଲ ନ ଥିଲା ଏହାର ଟିକେଟ ବିକ୍ରି କରାଯିବା ଉଚିତ ନୁହେଁ। ଏପରି କେବଳ ଗୋଟିଏ ସିଟ୍‌ ନାହିଁ ବରଂ ଆହୁରି ଅନେକ ସିଟ୍‌ ଏପରି ଅଛି। ମୋର ସହଯାତ୍ରୀମାନେ ମୋତେ ମୋର ସିଟ ବଦଳାଇ ଭଲ ସିଟ ରେ ବସିବାକୁ ଅନୁରୋଧ କରିଥିଲେ, କିନ୍ତୁ ମୁଁ ମୋ ପାଇଁ ଅନ୍ୟ ବନ୍ଧୁଙ୍କୁ କାହିଁକି କଷ୍ଟ ଦେବି, ମୁଁ ନିଷ୍ପତ୍ତି ନେଇଥିଲି ଯେ ମୁଁ କେବଳ ଏହି ସିଟରେ ବସି ମୋର ଯାତ୍ରା ସମାପ୍ତ କରିବି। ମୋର ଧାରଣା ଥିଲା ଯେ ଟାଟା ପରିଚାଳନା ଦାୟିତ୍ୱ ନେବା ପରେ ଏୟାର ଇଣ୍ଡିଆର ସେବାରେ ଉନ୍ନତି ହେବ, କିନ୍ତୁ ଏହା ମୋର ଭୁଲ ଧାରଣା ବୋଲି ଜଣାପଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

କଂଗ୍ରେସରେ ମିଶିଲେ ବହୁ ବିଜେଡି-ଭାଜପା ନେତା, ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ...

ଆଜି ଓଡ଼ିଶା ଆସୁଛନ୍ତି ଗଡକରୀ, ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image