୨୪ ପାଇଁ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ପାଟଣା,୨୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍‌ ମଲାରପଦା ପଞ୍ଚାୟତର ଖୁଣ୍ଟାପିଙ୍ଗୁଠାରେ ଭାଜପାର ବୁଥ୍‌ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ବୁଥ୍‌ର ଏକ ହଜାରରୁ ଊର୍ଦ୍ଧ୍ୱ ଭାଜପା କର୍ମୀ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ କ୍ଷମତାସୀନ କରିବାକୁ ଗୁରୁମନ୍ତ୍ର ଦେଇଥିଲେ। ଏଥିସହ ଉଭୟ ପାଟଣା ନିର୍ବାଚନା ମଣ୍ଡଳୀ ଓ କେନ୍ଦୁଝର ଏମ୍‌ପି ସିଟ୍‌ରେ ଭାଜପା ପ୍ରାର୍ଥୀଙ୍କୁ ଜିତାଇବାକୁ କର୍ମୀମାନଙ୍କୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ଚରଣ ମାଝି, ରାଜ୍ୟ ଭାଜପା ମୁଖପାତ୍ର ବିରଞ୍ଚତ୍ ତ୍ରିପାଠୀ, ଜିଲା ପ୍ରଭାରୀ ସଞ୍ଜୀବ ମହାନ୍ତି, ନିର୍ବାଚନ ମଣ୍ଡଳୀ ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ସୁଦର୍ଶନ ମହାନ୍ତ, ଜିଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ହେମ ରଞ୍ଜନ ବାରିକ, ରାଜ୍ୟ ଏସ୍‌ଟି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ, ଜିଲା ସମ୍ପାଦିକା ବିଜୟ ଲକ୍ଷ୍ମୀପାତ୍ର, ସ୍ଥାନୀୟ ସରପଞ୍ଚ ଦୌଲତି ଗାଗ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକଙ୍କ ସଂଯୋଜନାରେ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ତୃଣମୂଳସ୍ତରରୁ ସଂଗଠନକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ କହିଥିଲେ।

Share