Categories: ଜାତୀୟ

କେନ୍ଦ୍ର ମନ୍ତ୍ରୀ ଗିରିରାଜ କରୋନା ସଂକ୍ରମିତ, ନିଜକୁ କଲେ ଆଇସୋଲେଟ

ନୂଆଦିଲ୍ଲୀ,୧୪।୧: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ମନ୍ତ୍ରୀ ଗିରିରାଜ ଶୁକ୍ରବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଗିରିରାଜଙ୍କ ସାମାନ୍ୟ ଲକ୍ଷଣ ଦେଖା ଦେବା ସହ ଅସୁସ୍ଥ ଅନୁଭବ କରିଥିଲେ। ପରେ ସେ କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ପଜିଟିଭ ଆସିଛି । ସେ ବର୍ତ୍ତମାନ ହୋମ ଆଇସୋଲେଶନରେ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ମନ୍ତ୍ରୀ ଗିରିରାଜ ଅନୁରୋଧ କରିଛନ୍ତି।

Share