ନୂଆଦିଲ୍ଲୀ,୨୭ ।୩: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବା ପରେ ଏବେ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ସାୱରକରଙ୍କୁ ନେଇ କଂଗ୍ରେସ ବିରୋଧରେ ତ କହୁଛନ୍ତି, ହେଲେ କଂଗ୍ରେସ ସହ ମେଣ୍ଟବି କରୁଛନ୍ତି, ଯାହା ଦେଶ ଦେଖୁଛି । ଏହାସହ ଗିରିରାଜ ଅତିକ ଅହମ୍ମଦଙ୍କୁ ନେଇ କହିଛନ୍ତି ଅପରାଧିଙ୍କ ମଧ୍ୟରେ ଯୋଗୀଙ୍କ ଭୟ ରହୁଛି । ସମସ୍ତଙ୍କୁ ଯୋଗୀ ଫୋବିୟା ହୋଇଯାଇଛି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମହା ବିକାଶ ଅଘାଡିର ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି । ଉଦ୍ଧବ ସଫା ସଫା କହିଛନ୍ତି, ସେ ହିନ୍ଦୁତ୍ୱ ବିଚାରକ ବିଡି ସାୱରକରଙ୍କୁ ତାଙ୍କର ଆଦର୍ଶ ବୋଲି ମାନନ୍ତି, ତେଣୁ ତାଙ୍କର ଅପମାନକୁ ସେ ବରଦାସ୍ତ କରିବେ ନାହିଁ । ଏହାକୁ ନେଇ ଏବେ ଗିରିରାଜ ବି ଠାକରେଙ୍କ ଉପରେ ବର୍ଷିଛନ୍ତି ।
Posted inଜାତୀୟ