Categories: ଜାତୀୟ

‘କ୍ଷମା ମାଗନ୍ତୁ ରାହୁଲ ଗାନ୍ଧୀ’

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ହରଦୀପ ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି ଜଣେ ନାଗରିକ ଦେଶ ବାହାରକୁ ଯାଆନ୍ତି ତା’ହେଲେ ତାଙ୍କର ବାକ ସ୍ବାଧୀନତା ଅଛି କିନ୍ତୁ ଏହି ସ୍ବାଧୀନତା ସହିତ ଦାୟିତ୍ୱ ମଧ୍ୟ ଆସେ। ଆମେ ଦୁନିଆର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର, କିନ୍ତୁ ରାହୁଲ ଗାନ୍ଧୀ ବ୍ରିଟେନ ଯାଇ କହିଛନ୍ତି ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ଏହି ମନ୍ତବ୍ୟକୁ ନେଇ ରାହୁଲ ଗାନ୍ଧୀ କ୍ଷମା ମାଗିବା ଉଚିତ ବୋଲି ହରଦୀପ କହିଛନ୍ତି।
ନିକଟରେ ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତ କରିଥିଲେ। ସେ କେମ୍ବ୍ରିଜ ୟୁନିଭରସିଟି ଏବଂ ବ୍ରିଟେନର ସଂସଦ କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ରାହୁଲ ନିଜ ସମ୍ବୋଧନରେ କହିଥିଲେ, ଭାରତରେ ଗଣତନ୍ତ୍ର ବିପଦରେ ଅଛି। ବିରୋଧୀ ଦଳର ନେତାମାନଙ୍କୁ ସଂସଦରେ କହିବାକୁ ଅନୁମତି ଦିଆଯାଉ ନାହିଁ ଏବଂ ସେମାନଙ୍କର ମାଇକ ବନ୍ଦ ହୋଇଯାଇଛି। ବିଦେଶରେ ଦେଇଥିବା ଏହି ବିବୃତ୍ତି ପାଇଁ ଭାଜପା ରାହୁଲ ଗାନ୍ଧୀଙ୍କୁ ଘେରିଛି।

Share