Categories: ଜାତୀୟ

କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ହରସିମରତ କୌର ବାଦଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୭।୯-କୃଷି ଓ କୃଷକ ବିଲ୍‌କୁ ବିରୋଧ କରି ଗୁରୁବାର କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ମୋଦୀ ସରକାରରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ସଂକ୍ରାନ୍ତ ଅଣାଯାଇଥିବା ୩ଟି ବିଧେୟକ କୃଷକ ବିରୋଧୀ ହୋଇଥିବା ଦର୍ଶାଇ ଶିରୋମଣି ଅକାଳି ଦଳ (ଏସଏଡି) ସଭାପତି ସୁଖବୀର ସିଂ ବାଦଲ କହିଥିଲେ ଯେ, ତାଙ୍କ ଦଳରୁ ମନ୍ତ୍ରୀ ଥିବା ହରସିମରତ ଖୁବଶିଘ୍ର ଇସ୍ତଫା ଦେବେ। ଏହା କହିବାର କିଛି ଘଣ୍ଟା ପରେ ମୋଦୀ ସରକାରଙ୍କ ମନ୍ତ୍ରୀପଦରୁ ହରସିମରତ ଓହରି ଯାଇଥିବା ଟୁଇଟ କରି କହିଛନ୍ତି।

Share