ସେଲ୍ଫ କ୍ୱାରାଣ୍ଟାଇନ୍‌ରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର କରୋନା ପଜିଟିଭ୍‌ ବାହାରିବା ପରେ କେନ୍ଦ୍ରମନ୍ତ୍ରୀମାନେ ଏବେ ନିଜକୁ ଆଇଶୋଲେଟ କରିବା ଆରମ୍ଭ କରିଦେଇଛନ୍ତି। ଆଉ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର ଯୋଗାଯୋଗ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସୋମବାର ରବିଶଙ୍କର ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ଶାହାଙ୍କୁ ରବିଶଙ୍କର ଭେଟିଥିଲେ। ରବିବାର ସେ ପଜିଟିଭ୍‌ ବାହାରିବା ପରେ ସୁରକ୍ଷା ଦୃଷ୍ଟିରୁ ରବିଶଙ୍କର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

Share