Categories: ଜାତୀୟ

ଶେଷରେ ଗିରଫ ହେଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଭଳି ବୟାନ ଦେଇ ବିବାଦକୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ଅପରାହ୍ନରେ ରତ୍ନଗିରି ପୋଲିସ ତାଙ୍କୁ ଗିରଫ କରି ସଙ୍ଗମେଶ୍ୱର ଥାନାକୁ ନେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ଠାକ୍‌ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାଣେ। ଏହାକୁ ନେଇ ତାଙ୍କ ନାମରେ ବିଭିନ୍ନ ସ୍ଥାନରେ ୩୬ଟି ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାକୁ ନେଇ ସେ ପ୍ରତିକ୍ରିୟା ରଖି ମୁଁ ସାଧାରଣ ଲୋକ ନୁହେଁ, ମୁଁ ଜଣେ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ରରେ ଆମ ସରକାର ରହିଛି। ରାଜ୍ୟ ସରକାର କେତେ ଡିଆଁଡେଇଁ କରୁଛନ୍ତି କରନ୍ତୁ, ତାହା ଦେଖାଯିବ ବୋଲି ସେ କହିଥିଲେ।

Share